ଶୀତର ପାଂଚଟି ହାଇକୁ
୧
ତସ୍କରର ହାତ
ଟିଣ ଛାତ ଫାଂକରେ
ଶୀତ ପଶିଆସେ
୨
କାକର ରାତି
ଗଛମୂଳେ ରୁଣ୍ଡ
ଗଂଗଶିଉଳି
୩
ଶଂଖିବିରାଡି
ଘୁମେଇବା ନିଆଁରେ
ପାଉଁଶର ଲୋମ
୪
ଖୋଲା ବାରଣ୍ଡା
ବାଇସାଇକେଲଟା
ଶୀତରେ ଥରେ
୫
ମଶାଣି ଛୁଅନ୍ତା
ମଝିଦାଣ୍ଡେ ଆସେନି
ଉତ୍ତରାପବନ
କ୍ଲିୟରାନ୍ସ୍ ସେଲ୍
ବୁଢା ଛୁଇଁ କେଇଟି
ସଜନା ଡାଳରେ