Wednesday, 26 December 2012

ଶୀତର ପାଂଚଟି ହାଇକୁ



ଶୀତର ପାଂଚଟି ହାଇକୁ 

୧ 

ତସ୍କରର ହାତ
ଟିଣ ଛାତ ଫାଂକରେ
ଶୀତ ପଶିଆସେ 

୨ 

କାକର ରାତି 
ଗଛମୂଳେ ରୁଣ୍ଡ 
 ଗଂଗଶିଉଳି


୩

ଶଂଖିବିରାଡି
ଘୁମେଇବା ନିଆଁରେ 
ପାଉଁଶର ଲୋମ 

୪ 

ଖୋଲା ବାରଣ୍ଡା
ବାଇସାଇକେଲଟା
ଶୀତରେ ଥରେ 

୫

ମଶାଣି ଛୁଅନ୍ତା
ମଝିଦାଣ୍ଡେ ଆସେନି
ଉତ୍ତରାପବନ

୬
କ୍ଲିୟରାନ୍ସ୍ ସେଲ୍
ବୁଢା ଛୁଇଁ କେଇଟି
ସଜନା ଡାଳରେ